Message here

COMMON LINES

FORMATPOTTER

COMMON LINES

USE BY COPY(CTRL + C) AND PASTE(CTRL + V)

Issue-ପଠାଯାଉ / ନିର୍ଗମନ କରାଯାଉ ।

Issue and put up-ପତ୍ର ପଠାଇସାରି ନଥି ଉପସ୍ଥାପାନ କରନ୍ତୁ ।

Put up a D.O. Reminder-ଏକ ଅର୍ଦ୍ଧ ସରକାରୀ ଅନୁସ୍ମାରକ ପତ୍ର ଉପସ୍ଥାପନ କରନ୍ତୁ ।

put up at once-ତୁରନ୍ତ ଉପସ୍ଥାପନ କରନ୍ତୁ ।

Please speak-ଦୟାକରି କଥା ହୁଅନ୍ତୁ ।

Please discuss-ଦୟାକରି ଆଲୋଚନା କରନ୍ତୁ ।

Please bring up-ଦୟାକରି ଦୃଷ୍ଟିକୁ ଆଣନ୍ତୁ ।

Approved in toto-ସମ୍ପୂର୍ଣଭାବେ ଅନୁମୋଦିତ

Status quo may be maintained- ସ୍ଥିତାବସ୍ଥା ବଜାୟ ରହୁ

Not upto the mark- ଆଶାନୁରୂପ ନୁହେଁ

Noted-ଜାଣିଲି / ଅବଗତ ହେଲି

Prayer disallowed- ନିବେଦନ ନାମଞ୍ଜୁର ହେଲା

Seen-ଦେଖିଲି ।

I agree- ମୁଁ ରାଜି / ମୁଁ ସହମତ।

Leave granted-ଛୁଟି ମଂଜୁର ହେଲା

We will take it up later on-ଏକଥା ଆମେ ପରେ ଦେଖିବା / ପରେ ଏହା ବିଚାରକୁ ନେବା ।

Approved-ଅନୁମୋଦନ କରାଗଲା ।

Representaion is rejected-ଆବେଦନ ପ୍ରତ୍ୟାଖ୍ୟାନ କରାଗଲା ।

This explanation is not satisfactory-ଏହି ସ୍ପଷ୍ଟିକରଣ / କୈଫିୟତ ସନ୍ତୋଷଜନକ ନୁହେଁ ।

I remember, I have seen a similar case. Please find it out. ଅନୁରୂପ ବିଷୟ ଦେଖିଥିଲା ପରି ମୋର ମାନେ ପଡୁଛି । ତାହାକୁ ଖୋଜି ବାହାର କରନ୍ତୁ ।

As per Verbal orders- ମୌଖିକ ଆଦେଶ ଅନୁସାରେ ।

For information only - କେବଳ ଅବଗତି ନିମନ୍ତେ ।

Our discussion may be recalled- ଅମର ଅଲୋଚନା ସ୍ମରଣ କରାଯାଇପାରେ ।

Put up to my successor-ମୋ ପରବର୍ତ୍ତୀ ଅଧିକାରୀଙ୍କୁ ନଥିଟି ଉପସ୍ଥାପନ କରନ୍ତୁ ।

Appropos of our discussion over telephone-ଟେଲିଫୋନରେ ହୋଇଥିବା ଆମ ଅଲୋଚନା ପ୍ରସଂଗରେ

As the matter is urgent in nature send the letter through Fax/e-mail/speed post-ବିଷୟଟି ଅତ୍ୟନ୍ତ ଜରୁରୀ ହୋଇଥିବାରୁ ପଠାଯାଉଥିବା ପତ୍ରକୁ ଫାକ୍ସ / ଇ -ମେଲ / ସ୍ପୀଡ଼ ପୋଷ୍ଟ ମାଧ୍ୟମରେ ପଠାନ୍ତୁ / ପଠାଯାଉ ।

Notes above for kind perusal- ଉପର ଲିଖିତ ଟିପ୍ପଣୀ ସଦୟ ପଠନ ନିମନ୍ତେ ।

Notes above explain the position fully – ଉପର ଲିଖିତ ଟିପ୍ପଣୀରେ ବିଷୟଟି ସମ୍ପୁର୍ଣ ଭାବରେ ବର୍ଣ୍ଣିତ ।

Above notes may recall the case in detail- ଉପର ଲିଖିତ ଟିପ୍ପଣୀରୁ ବିଷୟଟିକୁ ବିସ୍ତୃତ ଭାବରେ ସ୍ମରଣ କରାଯାଇପାରେ

Notes above. The file is submitted for kind approval of Hon’ble Minister

ଉପରୋକ୍ତ ଟିପ୍ପଣୀ ପାଠ କରାଯାଇପାରେ । ନଥି ଟିକୁ ମାନ୍ୟବର ମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଗଲା ।

In view of the facts stated above ଉପରଲିଖିତ ତଥ୍ୟାବଳୀ ଦୃଷ୍ଟିରୁ

Keeping all these in view ଏହି ସବୁକୁ ଦୃଷ୍ଟିରେ ରଖି

He may be asked to explain ତାହାଙ୍କଠାରୁ କୈଫିୟତ ମଗାଯାଇପାରେ / ମଗାଯାଉ ।

In this connection it may be pointed out that ଏହା ସମ୍ବନ୍ଧରେ ଏହା ଦର୍ଶାଯାଇପାରେ ଯେ

It is needless to mention that ଉଲ୍ଲେଖ କରିବା ଅନାବଶ୍ୟକ ଯେ

It will not be out of place to state that କହିଲେ ଅପ୍ରାସଙ୍ଗିକ ହେବ ନାହିଁ ଯେ

It appears that ପ୍ରତୀତ ହେଉଛି ଯେ / ଜଣାଯାଉଛି ଯେ

It is supported by documents ଏହା ଆବଶ୍ୟକ କାଗଜପତ୍ର ଦ୍ୱାରା ସମର୍ଥିତ / ଏ ସମ୍ପର୍କିତ ଆବଶ୍ୟକ କାଗଜପତ୍ର ଉପଲବ୍ଧ ଅଛି ।

Notes above explain the position fully – ଉପର ଲିଖିତ ଟିପ୍ପଣୀରେ ବିଷୟଟି ସମ୍ପୁର୍ଣ ଭାବରେ ବର୍ଣ୍ଣିତ ।

Notes above may be perused-ଉପରୋକ୍ତ ଟିପ୍ପଣୀ ପାଠ କରାଯାଇପାରେ ।

Notes above. Submitted for kind approval. ଉପରୋକ୍ତ ଟିପ୍ପଣୀ ପାଠ କରାଯାଇପାରେ । ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଗଲା ।


  • କମ୍ପୁଟର ମାଧ୍ୟମରେ ନିଜର pay fixation ଚେକ କରନ୍ତୁ -CLICK ME ଖୁବ ଶୀଘ୍ର automatic pay fixation noting drafting generator ଉପଲବ୍ଧ ହେବ ।

USE CONTROL + FIND (CTR+F) TO SEARCH THE REQUIRED WORD

No comments

Theme images by molotovcoketail. Powered by Blogger.