ରାଜ୍ୟ ବଜେଟ୍ ପାଇଁ ଓଡ଼ିଶାବାସୀଙ୍କ ମତାମତ ଲୋଡ଼ିଲେ ମୋହନ ମାଝୀ
ଆଗକୁ ରାଜ୍ୟ ବଜେଟ୍ । ତା'ପୂର୍ବରୁ ଓଡ଼ିଶାବାସୀଙ୍କ ମତାମତ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବଜେଟ୍ ପ୍ରସ୍ତୁତିରେ ସାଧାରଣ ଲୋକଙ୍କ ମତାମତ ତଥା ପ୍ରସ୍ତାବ ଗ୍ରହଣ କରିବା ଆବଶ୍ୟକ । ତେଣୁ ବଜେଟ୍ ପ୍ରସ୍ତୁତିକୁ ସୂଚନା ଓ ପ୍ରସାରଣ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଅଧିକ ଉନ୍ମୁକ୍ତ ଓ ସହଭାଗିତା ଭିତରେ କରାଯିବାର ଆବଶ୍ୟକତା ରହିଛି । ବର୍ଷ ୨୦୨୪-୨୫ ପୂର୍ଣ୍ଣାଙ୍ଗ ବଜେଟ୍ ପାଇଁ ସ୍ୱତନ୍ତ୍ର ୱେବ୍ ପୋର୍ଟାଲ୍, ମେଲ୍, ହ୍ୱାଟ୍ସଆପ୍ ଓ SMS ଜରିଆରେ ମତାମତ ଦେବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୨୪-୨୦୨୫ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସ୍ତୁତି ପାଇଁ ଅର୍ଥ ବିଭାଗ ଜନସାଧାରଣଙ୍କଠାରୁ ମତାମତ ସଂଗ୍ରହ ପାଇଁ ଏକ ନିର୍ଦ୍ଦିଷ୍ଟ ଫର୍ମାଟ୍ ତିଆରି କରିଛି । ୱେବ ପୋର୍ଟାଲ ହେଉଛି budget.odisha.gov.in। ସେହିପରି odisha.budget@gov.in ଠିକଣାରେ ଇ-ମେଲ୍ ମଧ୍ୟ କରିପାରିବେ । ଏହାବ୍ୟତୀତ 94381-61111 ମୋବାଇଲ୍ ନମ୍ବରରେ ବଜେଟ୍ ସମ୍ବନ୍ଧୀୟ ମତାମତ ପଠାଇପାରିବେ ।
Post a Comment