Message here

News 27.07.2024

News 27.07.2024

ବାଂଲାଦେଶକୁ ୧୦ ୱିକେଟରେ ହରାଇ କମାଲ କଲା ଭାରତୀୟ ମହିଳା କ୍ରିକେଟ ଟିମ୍ । ନବମଥର ପାଇଁ ଫାଇନାଲରେ ପହଂଚିଲା ଦଳ ।
ହିନାଙ୍କ ପରେ ବ୍ରାଜିଲର ଗାୟିକା Camila କର୍କଟ ରୋଗରେ ପୀଡିତ, ଅଛନ୍ତି ୭ ମାସର ଗର୍ଭବତୀ ।
କିଛି ଦିନର କଳ୍ପନା ଜଳ୍ପନା ପରେ ଶେଷରେ ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ଏବଂ ତାଙ୍କ ପତ୍ନୀ ମିସେଲ୍‌ ଓବାମା ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଡେମୋକ୍ରାଟିକ୍‌ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସମର୍ଥନ କରିଛନ୍ତି।
ଅଗ୍ନିବୀରଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଅଗ୍ନିବୀରମାନଙ୍କ ପାଇଁ ରାଜ୍ୟରେ ୧୦ ପ୍ରତିଶତ ସଂରକ୍ଷଣ ଘୋଷଣା କରିଛନ୍ତି। ଏହା ସହ ସେମାନଙ୍କ ପାଇଁ ବୟସ ସୀମା ମଧ୍ୟ ୫ ବର୍ଷ କୋହଳ କରାଯିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
କୁବେର ଯନ୍ତ୍ରୀ ସୁନୀଲ ରାଉତ ଗିରଫ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସୁନୀଲକୁ ଗିରଫ କରିଛି ଭିଜିଲାନ୍ସ । ଲୋୟର ସୁକତେଲ ପ୍ରକଲ୍ପର ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ସୁନୀଲ ।
ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ ନୀତି ଆୟୋଗ ବୈଠକ: ବିକଶିତ ଭାରତ ଉପରେ ଚର୍ଚ୍ଚା, ଯୋଗ ଦେବେ ଓଡ଼ିଶା ମୁଖ୍ୟମନ୍ତ୍ରୀ

No comments

Theme images by molotovcoketail. Powered by Blogger.