Message here

News 29.07.2024

News 29.07.2024

ଟି-୨୦ ମହିଳା ଏସିଆ କପ୍: ଭାରତକୁ ହରାଇ ଇତିହାସ ରଚିଲା ଶ୍ରୀଲଙ୍କା: ଜିତିଲା ପ୍ରଥମ ଏସିଆ କପ୍ ।
ରୁଷିଆ ନୌସେନା ଦିବସରେ INS Tabar ରେ ଭ୍ଲାଡିମିର୍ ପୁଟିନ୍ ଭାରତୀୟ ନୌସେନାକୁ ଅଭିବାଦନ ଜଣାଇଛନ୍ତି |
ନ୍ୟୁୟର୍କରେ ଗୁଳି ବିନିମୟ: ରୋଚେଷ୍ଟର ପାର୍କରେ ଗୁଳି ବିନିମୟରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଛଅ ଜଣ ଆହତ ହୋଇଛନ୍ତି |
ଦକ୍ଷିଣ ଚୀନ୍ ସାଗରରେ ଅସ୍ଥିରତା କାର୍ଯ୍ୟକଳାପ ବନ୍ଦ କରିବାକୁ ଚୀନ୍‌କୁ ଚେତାବନୀ ଦେଲା ଆମେରିକା |
ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ସୁଟର ମନୁ ଭାକର ଇତିହାସ ସୃଷ୍ଟି କରିଛନ୍ତି। ସେ ବ୍ରୋଞ୍ଜ ପଦକ ଜିତିଛନ୍ତି। ମନୁ ଭାକର ୧୦ ମିଟର ଏୟାର ପିସ୍ତଲ ଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ବ୍ରୋଞ୍ଜ ଜିତିଛନ୍ତି। ମନୁ ହେଉଛନ୍ତି ପ୍ରଥମ ମହିଳା ସୁଟର ଯିଏକି ଭାରତ ପାଇଁ ଅଲିମ୍ପିକ୍ସରେ ପଦକ ଜିତିଛନ୍ତି।
ଜୟସ୍ଵାଲ-ସୂର୍ଯ୍ୟ-ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ, ଶ୍ରୀଲଙ୍କାକୁ ହରାଇ ସିରିଜ ଜିତିଲା ଭାରତ ।
ଖୋଲିଲା ହୀରାକୁଦ ଆଉ ୬ଟି ଗେଟ୍‌ । ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୨୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି । ବାମ ପାର୍ଶ୍ୱରୁ ୧୪ଟି ଗେଟ୍‌ ଖୋଲା ହୋଇଥିବା ଡାହାଣ ପଟରୁ ୬ଟି ଗେଟ୍‌ ଦେଇ ବନ୍ୟା ଜଳ ବାହାରକୁ ବାହାରୁଛି ।.
ଷ୍ଟାରଲାଇନ ସ୍ପେସ୍‌କ୍ରାଫ୍ଟର ଗୁରୁତ୍ବପୂର୍ଣ୍ଣ ପରୀକ୍ଷଣ; ଖୁବ୍‌ଶୀଘ୍ର ଭୂ-ପୃଷ୍ଠକୁ ଫେରିବେ ସୁନିତା ଓ୍ବିଲିୟମ୍‌ସ ।
IAS ଶାଶ୍ବତ ମିଶ୍ରଙ୍କୁ ଅର୍ଥ ବିଭାଗ ପ୍ରମୁଖ ସଚିବ, IAS ଏନ୍‌.ବି.ଏସ୍‌ ରାଜପୁତଙ୍କୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଦାୟିତ୍ବ ।
ମନ୍‌ କି ବାତ୍‌ରେ ମନ କଥା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାଗରେ ଦାୟିତ୍ବ ଗ୍ରହଣ କରିବା ପରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହା ମନ୍‌ କି ବାତ୍‌ର ୧୧୨ ତମ ସଂସ୍କରଣ। ତେବେ ଏଥିରେ ସମ୍ୱଲପୁରୀ ଶାଢିକୁ ସ୍ଥାନ ଦେଇଛନ୍ତି। ଅଗଷ୍ଟ ୭ରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଟାଟା ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଥିବା ଏୟାରଲାଇନ୍‌ ଭିସ୍ତାରା ପକ୍ଷରୁ ବିମାନରେ ୱାଇ-ଫାଇ ସେବା ଆରମ୍ଭ କରାଯାଇଛି। ଏଭଳି ସେବା ପ୍ରଦାନ କରିବାରେ ଭିସ୍ତାରା ହେଉଛି ଦେଶରେ ପ୍ରଥମ ।
ମିଡିଆ ସହ କଥା ହେଲା ବେଳେ ହଠାତ କେନ୍ଦ୍ରମନ୍ତ୍ରୀ ଏଚ୍‌ ଡି କୁମାରସ୍ୱାମୀଙ୍କ (Minister for Heavy Industries and Steel) ନାକରୁ ବୋହିଲା ରକ୍ତ, ଡାକ୍ତରଖାନାରେ ଭର୍ତ୍ତି ।
ରତ୍ନଭଣ୍ଡାର ସ୍ଥିତି ଓ ସ୍ଥାୟୀତ୍ବ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ସୋମବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏହି ବୈଠକ ବସିବ ।
ଦେଶର ୧୦ଟି ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ ।ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ- ଆସା ରାମେନ ଡେକାଙ୍କୁ ଛତିଶଗଡ଼ରମ ,ମଣିପୁର /ଓମ୍ ପ୍ରକାଶ ମାଥୁରଙ୍କ- ସିକ୍କିମ / ଗୁଲାବ ଚାନ୍ଦ କଟରିଆ- ପଞ୍ଜାବ /ସିପି ରାଧାକୃଷ୍ଣନ - ମହାରାଷ୍ଟ୍ର / ସନ୍ତୋଷ କୁମାର ଗଙ୍ଗୱାର- ଝାଡ଼ଖଣ୍ଡ / ଜିଷ୍ଣୁ ଦେବ ବର୍ମା - ତେଲଙ୍ଗାନା /ହରିଭାଉ କିସନରାଓ ବାଗଡେ- ରାଜସ୍ଥାନ / ରାମେନ ଡେକା- ଛତିଶଗଡ଼ / ସି. ଏଚ୍ ବିଜୟଶଙ୍କରଙ୍-ମେଘାଳୟ / କେ କୈଳାଶନାଥ- ପୁଡୁଚେରିର ଉପ-ରାଜ୍ୟପାଳ ।

No comments

Theme images by molotovcoketail. Powered by Blogger.