Message here

News 01.08.2024

News 01.08.2024

ଚଳିତ ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ଅଧିନରେ ଚାଷୀ ପଞ୍ଜୀକରଣ ସମୟ ସୀମାକୁ ତା. ୧୦ ଅଗଷ୍ଟ, ୨୦୨୪ରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ପାଲେଷ୍ଟାଇନରେ ସକ୍ରିୟ ଆତଙ୍କବାଦୀ ସଙ୍ଗଠନ ହମାସର ସୁପ୍ରିମ କମାଣ୍ଡର ଇସ୍ମାଇଲ ହନିୟେ ପ୍ରାଣ ହରାଇଛନ୍ତି। ତାଙ୍କୁ ଇରାନରେ ମଙ୍ଗଳବାର ସେହି ସମୟରେ ହତ୍ୟାକରାଯାଇଛି ଯେତେବେଳେ ସେ ଇରାନର ନୂଆ ରାଷ୍ଟ୍ରପତିଙ୍କ ଶପଥଗ୍ରହଣ ଉତ୍ସବରୁ ଫେରିଥିଲେ।
ବିବାଦ ଘେରରେ ଥିବା ଆଇଏଏସ ପୂଜା ଖେଡକରଙ୍କ ବିରୋଧରେ କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସସି) ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ୟୁପିଏସସି ପ୍ରଶିକ୍ଷଣପ୍ରାପ୍ତ ପୂଜା ଖେଡକରଙ୍କୁ ଚାକିରିରୁ ହଟାଇ ଦେଇଛି। ଏଥିସହ ପୂଜା ଖେଡ଼କରଙ୍କ ଭବିଷ୍ୟତରେ କୌଣସି ବି ପରୀକ୍ଷା କିମ୍ବା ଚୟନରେ ସାମିଲ ହେବା ଉପରେ ରୋକ୍ ଲଗାଯାଇଛି।
ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେଡି ସାଂସଦ ମମତା ମହାନ୍ତ, ‘X’ରେ ପୋଷ୍ଟ କରି କହିଲେ ମୋର ଆବଶ୍ୟକତା ଲୋଡୁନି ଦଳ ।
୪ଟି ଗେଟ୍‌‌ ବନ୍ଦ, ୧୪ଟି ଗେଟ୍‌‌ ଦେଇ ହୀରାକୁଦରୁ ହେଉଛି ବନ୍ୟାଜଳ ନିଷ୍କାସନ ।
ଅଲିମ୍ପିକ୍ସରେ ପଦକ ଠାରୁ ଗୋଟିଏ ବିଜୟ ଦୂରରେ ଲଭଲିନା, ଆତ୍ମବିଶ୍ୱାସ ସହ କ୍ୱାର୍ଟର ଫାଇନାଲରେ କଲେ ପ୍ରବେଶ ।
ପ୍ୟାରିସ ଅଲିମ୍ପିକ୍ସରେ ବଢ଼ୁଛି ଭାରତର ପଦକ ଆଶା । ବ୍ୟାଡମିଣ୍ଟନରେ ସିନ୍ଧୁ ଓ ଲକ୍ଷ୍ୟ ସେନଙ୍କ ବିଜୟଧାରା । ପ୍ରି-କ୍ୱାର୍ଟର ଫାଇନାଲରେ ପହଞ୍ଚିଲେ ଦୁଇ ଭାରତୀୟ ।
ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ ।
କେରଳ ଭୂସ୍ଖଳନରେ ଓଡ଼ିଆ ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଡାକ୍ତର ବିଷ୍ଣୁ ପ୍ରସାଦଙ୍କ ମୃତଦେହ ମିଳିଥିବା ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ତେବେ ବିଷ୍ଣୁ ପ୍ରସାଦଙ୍କ ବନ୍ଧୁ ସ୍ୱାଧୀନ ପଣ୍ଡାଙ୍କର ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନାହିଁ।

No comments

Theme images by molotovcoketail. Powered by Blogger.