Message here

News 02.08.2024

News 02.08.2024

ସରକାରୀ ଚାକିରିରେ ସଂରକ୍ଷଣ ଲାଗି ଅନୁସୂଚିତ ଜାତି(ଏସସି) ଏବଂ ଅନୁସୂଚିତ ଜନଜାତି (ଏସଟି)ର ଉପବର୍ଗୀକରଣ କରିପାରିବେ ରାଜ୍ୟ ସରକାର।
ଏଣିକି ବିଶ୍ୱବିଦ୍ୟାଳୟଗୁଡ଼ିକ ନିଜସ୍ୱ ପ୍ରବେଶିକା ପରୀକ୍ଷା କରିପାରିବେ। ଯଦି ଏକାଧିକ କାଉନସେଲିଂ ପରେ ଆସନ ବଳକା ରହିଯିବ, ତେବେ ବିଶ୍ୱବିଦ୍ୟାଳୟଗୁଡ଼ିକ ନିଜସ୍ୱ ପ୍ରବେଶିକା ପରୀକ୍ଷା କରିପାରିବେ।
ବିଜେପିରେ ଯୋଗଦେଲେ କୁଡୁମୀ ନେତ୍ରୀ ମମତା ମହାନ୍ତ । ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିବା ମମତା ମହାନ୍ତ ଆଜି ବିଜେପିରେ ଯୋଗଦେଇଛନ୍ତି। ନୂଆଦିଲ୍ଲୀ ସ୍ଥିତି ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମଲ୍‌ ହୋଇଛନ୍ତି।
ମଧ୍ୟପ୍ରାଚ୍ୟରେ ଆଉ ଏକ ଯୁଦ୍ଧର ଆଶଙ୍କା, ଇରାନ-ଇସ୍ରାଏଲ ଯୁଦ୍ଧ !
ବନ୍ଦ ହେଲା ହୀରାକୁଦର ଆଉ ୨ଟି ଗେଟ୍‌ । ବର୍ତ୍ତମାନ ମୋଟ ୧୨ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମପଟରୁ ୮ ଓ ଡାହାଣ ପଟରୁ ୪ଟି ଗେଟ୍‌ ଖୋଲା ରହିଛି ।
ବଙ୍ଗୋପସାଗରରେ ଗୁରୁବାର ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଏହା ଉତ୍ତର ଓଡ଼ିଶା ଓ ଉତ୍ତର ବଙ୍ଗୋପସାଗରରେ ଘନିଭୂତ ହୋଇ ଶୁକ୍ରବାର ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଗତ ୨୪ ଘଣ୍ଟାରେ ଓଡ଼ିଶାରେ ବର୍ଷା ହୋଇଛି। ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାରେ ବର୍ଷା ହେବ।
ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଟିମର ବିଜୟ ଧାରାରେ ବ୍ରେକ୍ ଲଗାଇଛି ବେଲଜିୟମ। ଆଜି ଖେଳା ଯାଇଥିବା ପୁଲ୍ ବି ମ୍ୟାଚରେ ବେଲଜିୟମ ୨-୧ ଗୋଲ୍ ଆଗରେ ରହି ଭାରତର ବିଜୟ ଧାରାକୁ ରୋକିଛି।
ପ୍ୟାରିସ ଅଲିମ୍ପିକ୍ସରୁ ଭାରତକୁ ମିଳିଛି ଆଉ ଏକ ପଦକ। ୫୦ ମିଟର ରାଇଫଲ ଥ୍ରୀ ପୋଜିସନ୍ ଫାଇନାଲ ମୁକାବିଲାରେ ବ୍ରୋଞ୍ଜ ଜିତିଛି ଭାରତ। ଶୁଟର ସ୍ୱପ୍ନିଲ କୁଶାଲେ ଏହି ବିଜୟ ଭେଟି ଦେଇଛନ୍ତି।
ଆଖି ବୁଜିଲେ କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡ । ୭୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଅନେକ ଦିନ ଧରି ସେ ରକ୍ତ କର୍କଟ ରୋଗରେ ପୀଡିତ ଥିଲେ ।

No comments

Theme images by molotovcoketail. Powered by Blogger.