Message here

News 05.08.2024

News 05.08.2024

୬ ଦିନିଆ ବିଦେଶ ଗସ୍ତରେ ଯାତ୍ରା କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ୬ ଦିନରେ ଫିଜି, ନ୍ୟୁଜିଲ୍ୟାଣ୍ଡ ଏବଂ ତିମୋର-ଲେସ୍ତେ ଦେଶ ଯିବାର କାର୍ଯ୍ୟକ୍ରମ ରହିଛି।
ଭୟଙ୍କର ହେଲା ବାଂଲାଦେଶ କୋଟା ଆନ୍ଦୋଳନ: ମୃତ୍ୟ ସଂଖ୍ୟା ୭୨କୁ ବୃଦ୍ଧି, ତେଜିଲା ଶେଖ ହସିନାଙ୍କ ଇସ୍ତଫା ଦାବି ।
ବ୍ରିଟେନରେ ପ୍ରବାସୀ ବିରୋଧୀ କଠୋର ଜାତୀୟତାବାଦୀ ସଂଗଠନଗୁଡ଼ିକ ପକ୍ଷରୁ ହିଂସାତ୍ମକ ସଂଘର୍ଷ ଓ ଅଶାନ୍ତି ଲାଗିରହିଥିବା ବେଳେ ପୋଲିସ୍‌ ଶତାଧିକ ଲୋକଙ୍କୁ ଗିରଫ କରିଛି। ହିଂସାକାଣ୍ଡ ଘଟାଉଥିବା ଉଗ୍ରବାଦୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ କିର୍‌ ଷ୍ଟାର୍ମର ନିର୍ଦ୍ଦେଶ ଦେଇଛନ୍ତି।
ଚୀନ୍‌ର ଏକ ମେଡିକାଲ ଦେଶରେ ପ୍ରଥମ ରିମୋଟ ରୋବୋଟିକ୍‌ ଦ୍ବାରା ସଫଳ ଅସ୍ତ୍ରୋପଚାର କରିଛି। ଏହି ଅସ୍ତ୍ରୋପଚାରରେ ସର୍ଜନ୍ ରୋଗୀ ଥିବା ଡାକ୍ତରଖାନାଠାରୁ ୫,୦୦୦ କିଲୋମିଟର ଦୂରରେ ଥିଲେ ।
ମଧ୍ୟପ୍ରାଚ୍ୟରେ ଘନେଇଲା ଯୁଦ୍ଧ ଆଶଙ୍କା । ହମାସ ନେତା ଇସମାଇଲ ହାନିଆଙ୍କ ହତ୍ୟା ପରେ ଲେବାନନର ପାଲଟା ଆକ୍ରମଣ ।
୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଚଳିତ ବର୍ଷ ଜୁଲାଇ ୩୧ ସୁଦ୍ଧା ଦାଖଲ ହୋଇଥିବା ମୋଟ ଆଇଟିଆର ସଂଖ୍ୟା ୭.୨୮ କୋଟି ଅତିକ୍ରମ କରିଛି। ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ଏହା ୭.୫% ଅଧିକ ବୋଲି ଜଣାପଡିଛି ।
କେରଳ ଟ୍ରାଜେଡି: ଓଡ଼ିଶାରୁ ୱାୟନାଡ୍‌ ଗଲା ସନ୍ଧାନୀ କୁକୁର 'ଷ୍ଟର୍ମ' ।
ଭାଣ୍ଡରସେଙ୍କ ଘାତକ ବୋଲିଂରେ ଭାରତ ଧରାଶାୟୀ, ଫେଲ୍ ମାରିଲେ ବିରାଟ-ରାହୁଲ-ଆୟର।
ପ୍ୟାରିସ୍ ଅଲିମ୍ପିକ୍ସ: ବ୍ରିଟେନକୁ ହରାଇଲା ଭାରତୀୟ ପୁରୁଷ ହକି ଦଳ।

No comments

Theme images by molotovcoketail. Powered by Blogger.