Message here

News 06.08.2024

News 06.08.2024

ବାଂଲାଦେଶରେ ହିଂସା ଯୋଗୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଶେଖ ହସିନା ଭାରତ ପହଞ୍ଚିଛନ୍ତି। ସୂଚନା ଅନୁସାରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ଅଜିତ ଡୋଭଲ ଶେଖ ହସିନାଙ୍କୁ ସ୍ୱାଗତ କରିଛନ୍ତି।
ବାଂଲାଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ-ବାଂଲାଦେଶ ସୀମାରେ ହାଇ ଆଲର୍ଟ। ବିଏସଏଫର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ BSF ଡିଜି ମଧ୍ୟ କୋଲକାତାରେ ପହଞ୍ଚିଛନ୍ତି। ସୀମାରେ ସୁରକ୍ଷା ବୃଦ୍ଧି କରାଯାଇଛି।
ହସିନାଙ୍କ ଘରେ ଧସେଇ ପଶିଲେ, ଆବାମ୍ ଲିଗ୍‌ କାର୍ଯ୍ୟାଳୟରେ ନିଆଁ ଲଗାଇଲେ, ବଙ୍ଗବନ୍ଧୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ପ୍ରଦର୍ଶନକାରୀ ।
ମାନ୍ଦାବସ୍ଥା ଭୟରେ ସେୟାର ମାର୍କେଟ୍ କ୍ରାସ୍, ଦିନକରେ ବୁଡ଼ିଲା ୧୭ ଲକ୍ଷ କୋଟି ଟଙ୍କା, ବଡ଼ ବିପର୍ଯ୍ୟୟର ଆଶଂକା ।
ଜେଲ୍‌ରେ ହିଁ ରହିବେ କେଜ୍ରିଓ୍ବାଲ.. ଜାମିନ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ ।ସିବିଆଇ ଗିରଫଦାରୀକୁ ବେଆଇନ ଦର୍ଶାଇ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ କେଜ୍ରିଓ୍ବାଲ, ଯାହାକୁ ଖାରଜ କରି ଦେଇଛନ୍ତି ଅଦାଲତ ।
ତୃତୀୟ ଥର ପାଇଁ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମ୍ ଠାରେ ଆୟୋଜିତ ହେବ ଜାତୀୟ ସନ୍ତରଣ ପ୍ରତିଯୋଗିତା ।
କେନ୍ଦ୍ର ସରକାର ଜିଏସଟି କାଉନସିଲର ମନ୍ତ୍ରିସ୍ତରୀୟ କମିଟିର ପୁର୍ନଗଠନ କରିଛନ୍ତି । ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଜିଏସଟି କାଉନସିଲରେ ସଦସ୍ୟ ଭାବେ ସାମିଲ ହୋଇଛନ୍ତି ।
ଫର୍ଚୁନ୍ ଗ୍ଲୋବାଲ୍ ୫୦୦ ତାଲିକା ୮୬ ତମ ସ୍ଥାନରେ ପହଞ୍ଚିଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ୨୧ ବର୍ଷରୁ ବଜାୟ ରଖିଛି ସ୍ଥାନ ।
ଉତ୍ତରପ୍ରଦେଶ ପରେ ପଞ୍ଜାବରୁ ଆଳୁ ଆଣିବାକୁ ରାଜ୍ୟ ସରକାରଙ୍କ ଘୋଷଣା।
ମହାତ୍ମା ଗାନ୍ଧୀ ମାର୍ଗରେ ପାଳିତ ହେବ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ଉତ୍ସବ, ଭାଗ ନେବେ ୪୦ଟି କଣ୍ଟିଜେଣ୍ଟ ପରେଡରେ।
ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ଆଶଙ୍କା: ଇସ୍ରାଏଲକୁ ଚାରିପଟୁ ଘେରିଲେଣି ହୁତି, ହିଜବୁଲ୍ଲା, ହମାସ।

No comments

Theme images by molotovcoketail. Powered by Blogger.