Message here

NEWS-17.07.2024

NEWS-17.07.2024

.

.

1 / 9
ବାୟଜୁ (BYJU) ବିରୋଧରେ ଆରମ୍ଭ ହେବ ଦେବାଳିଆ ମାମଲାର ଶୁଣାଣି। କମ୍ପାନୀ ବିରୋଧରେ ମାମଲାର ଶୁଣାଣି କରିବାକୁ ନ୍ୟାସନାଲ କମ୍ପାନୀ ଲ ’ଟ୍ରିବ୍ୟୁନାଲ (ଏନସିଏଲଟି)ର ବେଙ୍ଗାଲୁରୁ ବେଞ୍ଚ ବିସିସିଆଇର ଆବେଦନକୁ ସ୍ୱୀକାର କରିଛନ୍ତି।
2 / 9
ନିଟ୍‌ ପେପର ଲିକ୍‌ ମାମଲାରେ ସିବିଆଇ ଆଉ ୨ ଜଣକୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ପରିଚୟ ପଙ୍କଜ ସିଂହ ଏବଂ ରାଜୁ। ପଙ୍କଜ ସିଂହଙ୍କ ଉପରେ ଅଭିଯୋଗ ରହିଛି ଯେ, ସେ ହଜାରୀବାଗ ପରୀକ୍ଷା କେନ୍ଦ୍ରର ଟ୍ରଙ୍କ୍‌ରୁ ନିଟ୍ ପେପର ଚୋରି କରିଥିଲେ। ଯାହାକୁ ପରେ ଲିକ୍‌ କରାଯାଇଥିଲା।
3 / 9
ଜୁଲାଇ ୨୧ରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା, ଓ୍ଵେବସାଇଟ୍‌ରେ ଆଡମିଟ୍ କାର୍ଡ ଜାରି ।
4 / 9
ଆସନ୍ତା ୧୮ ତାରିଖ ଗୁରୁବାର, ରଥରେ ଅଧରପଣା ନୀତି ଦିନ ହିଁ ଭିତର ଭଣ୍ଡାର ଘର ଖୋଲାଯିବାକୁ ସ୍ଥିର ହୋଇଥିବା ରତ୍ନଭଣ୍ଡାର ସଂପର୍କିତ ଜରୁରୀ ବୈଠକ ପରେ ସୂଚନା ଦେଇଛନ୍ତି ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ।
5 / 9
ବିଏସଏନଏଲର ଡଙ୍ଗା କୂଳରେ ଲଗାଇବେ କି ନୂଆ ସିଏମ୍‌ଡି ରବର୍ଟ ରବି !୨ ସପ୍ତାହରେ ଆସିଲେ ୧୦ ଲକ୍ଷ ଗ୍ରାହକ ।
6 / 9
ସମ୍ପ୍ରତି ସେୟାର୍‌ ଟ୍ରେଡିଂ ନାଁରେ ସାଇବର ଠକେଇ ଶୀର୍ଷରେ ପହଞ୍ଚିଗଲାଣି। ଆଜି ଗୋଟିଏ ଦିନରେ ଭୁବନେଶ୍ବରରୁ କୋଟିଏ ଟଙ୍କା ଉଡ଼ିଯାଇଥିବା ନେଇ ସାଇବର ଥାନାରେ ଅଭିଯୋଗ ହୋଇଛି। ଠକାମିର ଶିକାର ହୋଇଛନ୍ତି ଜଣେ ପୂର୍ବତନ ବ୍ୟାଙ୍କ୍‌ ଜିଏମ୍‌, ଏକ ବିଶ୍ବବିଦ୍ୟାଳୟର ପ୍ରଫେସର୍‌ ଓ ଜଣେ କର୍ପୋରେଟ୍‌ ଅଧିକାରୀ।
7 / 9
ଚିନ୍ତା ବଢାଉଛି ଡେଙ୍ଗୁ: ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତ ହେଲେଣି ୫୯୦, ଖୋର୍ଦ୍ଧାରୁ ସର୍ବାଧିକ ।
8 / 9
ନୀତି ଆୟୋଗର ନୂଆ ଟିମ ଗଠିତ: ପ୍ରଧାନମନ୍ତ୍ରୀ ମୋଦୀ, ରାଜନାଥ ସିଂ, ଅମିତ ଶାହା ଏବଂ ଶିବରାଜ ସିଂ ସାମିଲ ।
9 / 9
ଉପନିର୍ବାଚନରେ କଂଗ୍ରେସର ବିଜୟ ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ।

No comments

Theme images by molotovcoketail. Powered by Blogger.