Message here

NEWS-19.07.2024

NEWS-19.07.2024

.

.

1 / 14
ଜୁଲାଇ ୨୦ ମଧ୍ୟାହ୍ନ ସୁଦ୍ଧା ନିଟ୍‌-ୟୁଜି ରେଜଲ୍ଟ ପ୍ରକାଶ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ।
2 /14
ବନ୍ଦ ହେବନି ଗରିବଙ୍କ ସାହାରା ସାଜିଥିବା ‘ଆହାର କେନ୍ଦ୍ର’ I
3 / 14
ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ) ସେନସେକ୍ସ ଗୁରୁବାର ଟ୍ରେଡିଂ କାଳରେ ପୁଣି ଥରେ ଇତିହାସ ରଚିଛି। ସେନସେକ୍ସ ପ୍ରଥମ ଥର ୮୧,୦୦୦ ସ୍ତର ପାର କରିଯିବାକୁ ସକ୍ଷମ ହୋଇଛି I
4 / 14
ଭାରତ ଏକ ମହାନ ଶକ୍ତି, ନିଜ ସହଯୋଗୀ ନିଜେ ଚୟନ କରେ; ରୁଷ ପୁଣି କଲା ପ୍ରଶଂସା ।
5 / 14
ଶ୍ରୀଲଙ୍କା ଗସ୍ତ ପାଇଁ ଟିମ୍ ଇଣ୍ଡିଆ ଘୋଷିତ, ସୂର୍ଯ୍ୟକୁମାର ଯାଦବ ଟି-୨୦ ଅଧିନାୟକ ।
6 / 14
ଭିତର ରତ୍ନଭଣ୍ଡାରରେ ଥିବା ସମସ୍ତ ଅଳଙ୍କାରକୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କାର୍ଯ୍ୟ ସରିଛି। ଶ୍ରୀମନ୍ଦିରରୁ ବାହାରକୁ ଆସିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଓ ଯାଞ୍ଚ କମିଟିର ଅଧ୍ୟକ୍ଷ ବିଶ୍ଵନାଥ ରଥ ଏହି ସୂଚନା ଦେଇଛନ୍ତି। ସଂପୂର୍ଣ୍ଣ ସ୍ଥାନାନ୍ତରଣ ପାଇଁ ପାଖାପାଖି ସାଢେ ୭ ଘଣ୍ଟାର ସମୟ ଲାଗିଥିବା ରଥ କହିଛନ୍ତି।
7 / 14
ସିଏମ୍‌ଓରୁ ହଟିଲେ ଆଇଏଏସ୍‌ ରୁପାରୋଶନ ସାହୁ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସ୍ବତନ୍ତ୍ର ସଚିବ ଥିବା ରୁପାରୋଶନଙ୍କୁ ବଦଳି କରାଯାଇଛି ।
8 / 14
୬ ବିଧାନସଭା ଓ ଯାଜପୁର ଲୋକସଭା ଆସନ ଫଳାଫଳକୁ ଚାଲେଞ୍ଜ: ହାଇକୋର୍ଟରେ ୭ ନିର୍ବାଚନୀ ମାମଲା ।
9 / 14
ଖାଦ୍ୟ ମୁଦ୍ରାସ୍ଫୀତି ଅସ୍ଥାୟୀ ନୁହେଁ ବରଂ ସ୍ଥାୟୀ ଝଟ୍‌କା: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ।
10/ 14
ଗୋଣ୍ଡା-ଗୋରଖପୁର ରେଳମାର୍ଗରେ ମୋତିଗଞ୍ଜ ରାମପୁର ଗାଁ ନିକଟରେ ଅପରାହ୍ଣ ପ୍ରାୟ ୩ଟାରେ ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ୍ ଲାଇନଚ୍ୟୁତ୍ ହୋଇଛି । ରେଳ ଗାଡ଼ିର ୫ଟି ବଗି ଲାଇନଚ୍ୟୁତ୍ ହୋଇଥିଲା ।
11 / 14
ଗୁଜରାଟରେ ଚାନ୍ଦିପୁରା ଭୂତାଣୁ ସଂକ୍ରମଣ ମୃତ୍ୟୁସଂଖ୍ୟା ୧୪କୁ ବୃଦ୍ଧି, ୨୬ ସନ୍ଦିଗ୍ଧ ଆକ୍ରାନ୍ତ ଚିହ୍ନଟ ।
12 / 14
ଅଗଷ୍ଟ ୧ରୁ ଭିତରକନିକାରେ ଚାଲିବ କ୍ରୁଜ୍‌: ରାତ୍ରିଯାପନର ନିଆରା ଅନୁଭୂତି ସାଉଁଟିବେ ପର୍ଯ୍ୟଟକ ।
13 / 14
ଆସାମ ସରକାରଙ୍କ ଦ୍ୱାରା ଆସାମ ମୁସ୍ଲିମ ବିବାହ ଓ ତଲାକ ପଞ୍ଜିକରଣ ଅଧିନିୟମ ସାଙ୍ଗକୁ ନିୟମ ୧୯୩୫କୁ ରଦ୍ଦ କରି ଦିଆଯାଇଛି। ଆଇନ ସମାପ୍ତ ହେବା ନେଇ ମୁଖ୍ୟମନ୍ତ୍ରୀ ହିମାନ୍ତ ବିଶ୍ୱାଶର୍ମା କହିଛନ୍ତି ଯେ ଏହି ଆଇନକୁ ରଦ୍ଦ କରିବାର ଉଦ୍ଦେଶ୍ୟ ଲିଙ୍ଗଗତ ନ୍ୟାୟ ଓ ବାଲ୍ୟ ବିବାହ ପ୍ରଥାକୁ ଉଚ୍ଛେଦ କରିବା।
14/ 14
ଭାରତର ସର୍ବାଧକ ମୂଲ୍ୟବାନ ସେଲିବ୍ରିଟିଙ୍କ ମଧ୍ୟରେ ଭାରତୀୟ କ୍ରିକେଟ୍‌ ତାରକା ବିରାଟ କୋହଲି ସବୁଠୁ ଆଗରେ ଅଛନ୍ତି। ଏ କ୍ଷେତ୍ରରେ ସେ ବଲିଉଡ୍‌ ବାଦ୍‌ଶାହ ଶାହରୁଖ ଖାନ୍‌ ଓ ରଣବୀର ସିଂହଙ୍କୁ ପଛରେ ପକାଇ ଦେଇଛନ୍ତି।

No comments

Theme images by molotovcoketail. Powered by Blogger.