Message here

NEWS-20.07.2024

NEWS-20.07.2024

.

.

1 / 14
ବିଶ୍ୱକୁ ନାକରେ କନ୍ଦେଇଲା ମାଇକ୍ରୋସଫ୍ଟ; ବ୍ୟାଙ୍କିଂ ଠାରୁ ବିମାନ ସେବା ସବୁ ଠପ୍ , କ୍ରାସ୍ କରିଗଲା ଷ୍ଟକ୍ ଏକ୍ସଚେଞ୍ଜ୍ ।
2 /14
କ୍ରାଉଡ୍‌ଷ୍ଟ୍ରାଇକ୍‌ର ଅପଡେଟ୍ ସିଷ୍ଟମ୍‌କୁ ପ୍ରଭାବିତ କରିଛି’, ମାଇକ୍ରୋସଫ୍ଟ ସର୍ଭିସ୍ ଡାଉନ୍ ପରେ ସିଇଓ ସତ୍ୟ ନାଡେଲାଙ୍କ ପ୍ରଥମ ବୟାନ ।
3 / 14
ମାଇକ୍ରୋସଫ୍ଟ ‘ବ୍ଲୁ ସ୍କ୍ରିନ ଏରର’ ପଛର କାରଣ ପାଲଟିଥିବା ସାଇବର ସିକ୍ୟୁରିଟି ଫାର୍ମ କ୍ରାଉଡଷ୍ଟ୍ରାଇକ୍ ସେୟାରରେ ଶୁକ୍ରବାର ଜୋରଦାର ହ୍ରାସ ଦେଖାଯାଇଛି। ମାତ୍ର ଗୋଟିଏ ଦିନରେ ଏହି କମ୍ପାନୀ ନିଜର ୨୧ ପ୍ରତିଶତ ଭାଲ୍ୟୁ ହରାଇଛି। ଅନଅଫିସିଆଲ ଟ୍ରେଡିଂରେ କମ୍ପାନୀର ସେୟାର ୨୧ ପ୍ରତିଶତ ଡାଉନ ଥିଲା। ଏଥିରେ କ୍ରାଉଡଷ୍ଟ୍ରାଇକ୍‌ ର ଭାଲୁଏସନରେ ୧୬ ବିଲିୟନ ଡଲାର ଅର୍ଥାତ ୧୩.୩୯ ଟ୍ରିଲିୟନ ଟଙ୍କାର ହ୍ରାସ ହୋଇଛି।
4 / 14
ମାଇକ୍ରୋସଫ୍ଟ ସର୍ଭର ଡାଉନ୍‌ର ପ୍ରଭାବ, ଦେଶରେ ୨୦୦ରୁ ଅଧିକ ବିମାନ ଉଡାଣ ବାତିଲ, ଇଣ୍ଡିଗୋର ୧୯୨ ଫ୍ଲାଇଟ୍ କ୍ୟାନସଲ୍ ।
5 / 14
ଆଡଭୋକେଟ୍‌ ଜେନେରାଲ ହେଲେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଓକିଲ ପିତାମ୍ବର ଆଚାର୍ଯ୍ୟ। ରାଜ୍ୟପାଳ ରଘୁବର ଦାସ ତାଙ୍କୁ ଓଡ଼ିଶାର ଏଜି ଭାବେ ନିଯୁକ୍ତି ଦେଇଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ବିବୃତ୍ତି ଜାରି ହୋଇଛି।
6 / 14
ଗୋପାଳପୁର ଠାରୁ ୧୩୦କି.ମି. ଦୂରରେ ଅବପାତ କେନ୍ଦ୍ରୀଭୂତ, ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ।
7 / 14
ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଓହରିପାରନ୍ତି ଜୋ ବାଇଡେନ । କମଲା ହ୍ୟାରିସଙ୍କୁ ପ୍ରାର୍ଥୀ କରିବାକୁ ଡେମୋକ୍ରାଟିକ ପାର୍ଟିରେ ବଢୁଛି ଦାବି।
8 / 14
ସରକାରୀ ଚାକିରିରେ ସଂରକ୍ଷଣକୁ ନେଇ ଜଳୁଛି ବାଂଲାଦେଶ । ବିକ୍ଷୋଭ ବେଳେ ୪୦ରୁ ଅଧିକ ମୃତ, ହଜାର ହଜାର ପ୍ରଦର୍ଶନକାରୀ ଆହତ ।
9 / 14
ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆସନ୍ତା ଜୁଲାଇ ୨୨ ତାରିଖ ସୋମବାର ଠାରୁ ଆରମ୍ଭ ହେଉଛି। ତେଣୁ ସେହିଦିନ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ। ଲୋକଙ୍କ ଅବଗତି ନିମନ୍ତେ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
10/ 14
ବିଲକିସ୍ ବାନୋ ମାମଲାରେ ଦୁଇ ଦୋଷୀଙ୍କର ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଉପରେ ବିଚାର କରିବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ରାଧାଶାମ ଭାଗବନ୍ଦ ଏବଂ ରାଜୁଭାଇ ବାବୁଲାଲ ସୋନି ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ କୋର୍ଟରେ ଆବେଦନ କରିଥିଲେ।
11 / 14
ପରଲୋକରେ ପଦ୍ମଶ୍ରୀ କମଳା ପୂଜାରୀ । ୭୦ ବର୍ଷ ବୟସରେ ପଦ୍ମଶ୍ରୀ ପୂଜାରୀଙ୍କ ଦେହାନ୍ତ ହୋଇଥିବା ଖବର ମିଳିଛି । କଟକ SCBରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଗତ ୧୮ ତାରିଖରୁ SCBରେ ଚିକିତ୍ସିତ ହେଉଥିଲେ କମଳା ପୂଜାରୀ ।
12 / 14
ୟୁନିଅନ ପବ୍ଲିକ ସର୍ଭିସ କମିଶନ (UPSC ) ଶୁକ୍ରବାର, ଜୁଲାଇ 19 ରେ ଆଇଏଏସ ପ୍ରୋବେସନର୍ ପୂଜା ଖେଡକରଙ୍କ ବିରୋଧରେ ମାମଲା ଦାୟର କରିଛି ଏବଂ ସିଭିଲ ସର୍ଭିସ ପରୀକ୍ଷା -2022 ରୁ ତାଙ୍କ ପ୍ରାର୍ଥୀପତ୍ର ବାତିଲ କରିବା ଏବଂ ଭବିଷ୍ୟତ ପରୀକ୍ଷାରୁ ତାଙ୍କୁ ନିବୃତ୍ତ କରିବା ପାଇଁ ଏକ କାରଣ ଦର୍ଶାଅ ନୋଟିସ ପରିବେଷଣ କରିଛି ।
13 / 14
ବଢ଼ିଲା ଜିଓ ପ୍ଲାଟଫର୍ମର ନେଟ୍ ଲାଭ, ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ୧୧.୭ ପ୍ରତିଶତ ବୃଦ୍ଧି ।
14/ 14
ରାଜ୍ୟ ବିଜେପିର ତିନିଟି ‘ସ’ ଫର୍ମୁଲା । ସରକାର, ସଂଗଠନ ଓ ସାଧାରଣ ଜନତା । ପୁରୀରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ଯୋଗ ଦେଇ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା ଦଳୀୟ ନେତା ଓ କର୍ମୀଙ୍କୁ ଗ୍ରାଉଣ୍ଡରେ ଯୋଡ଼ି ହୋଇ କାମ କରିବାକୁ ପରାମର୍ଶ ଦେଇଛନ୍ତି ।

No comments

Theme images by molotovcoketail. Powered by Blogger.