Message here

NEWS-21.07.2024

NEWS-21.07.2024

.

.

1 / 14
ଚାକିରିରେ ସଂରକ୍ଷଣକୁ ନେଇ ବାଂଲାଦେଶରେ ଛାତ୍ର ଆନ୍ଦୋଳନ ଭୟଙ୍କର ରୂପ ଧାରଣ କରିଛି। ଏହାକୁ ନେଇ ହିଂସାକାଣ୍ଡ ଅଣାୟତ୍ତ ହୋଇପଡ଼ିଛି। ହିଂସାକାଣ୍ଡରେ ଏପର୍ଯ୍ୟନ୍ତ ଅତି କମ୍‌ରେ ୧୧୫ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୫୦୦ରୁ ଅଧିକ ଆହତ ହୋଇଛନ୍ତି ।
2 /14
ଅବପାତ ରୂପ ନେଲା ଲଘୁଚାପ, ସାରା ରାଜ୍ୟରେ ବର୍ଷା: ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ଆଉ ୩ ଦିନ ବର୍ଷିବ ।
3 / 14
ରାଜସ୍ବ ମନ୍ତ୍ରୀ କହିଲେ ଶଙ୍ଖ ଭବନର ହେବ ତଦନ୍ତ, ବିଜେଡି କହିଲା ଆଇନ ଆଧାରରେ ସବୁକିଛି କରାଯାଇଛି ।
4 / 14
ବାଂଲାଦେଶରେ ରାଷ୍ଟ୍ରବ୍ୟାପୀ କର୍ଫ୍ୟୁ, ଭୟଙ୍କର ହିଂସା ମଧ୍ୟରେ ଭାରତ ଫେରିଲେ ୭୭୮ ଛାତ୍ର।
5 / 14
ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତା କମଳା ପୂଜାରୀଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।
6 / 14
ଲଗାଣ ବର୍ଷାରେ ଭାସୁଛି ପୂର୍ବ ଭାରତର ଅଧିକାଂଶ ରାଜ୍ୟ । ଘରଠୁ ମନ୍ଦିର, ବଜାରଠୁ ଡାକ୍ତରଖାନା ସବୁଠି ପଶିଛି ବନ୍ୟାପାଣି ।
7 / 14
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସିଟି ଓ ସେଣ୍ଟର ଅନୁଯାୟୀ ରେଜଲ୍ଟ ପ୍ରକାଶ କଲା ଏନଟିଏ । ଅନିୟମିତତା ହୋଇଥିଲେ ପୁନଃ ପରୀକ୍ଷା କରାଯାଇପାରିବ ବୋଲି ସର୍ତ୍ତ ରଖିଥିଲେ କୋର୍ଟ ।
8 / 14
ସ୍କୁଲରେ ଯୋଗଶିକ୍ଷା ବାଧ୍ୟତାମୂଳକ: ପ୍ରାର୍ଥନା ପରେ ୧୦ ମିନିଟ କରିବେ ଯୋଗ ବା ପ୍ରାଣାୟମ ।
9 / 14
ୟୁପିଏସ୍‌ସି (UPSC) ଅଧ୍ୟକ୍ଷ ଡ. ମନୋଜ ସୋନି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କାର୍ଯ୍ୟକାଳ ପୂରିବାକୁ ଆଉ ୫ ବର୍ଷ ବାକି ଥିବାବେଳେ ବ୍ୟକ୍ତିଗତ କାରଣ ଦର୍ଶାଇ ସୋନି ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।
10/ 14
ଏକ୍ସରେ ସର୍ବାଧିକ ଫଲୋଅର୍ସ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ଏଲନ ମସ୍କ ।
11 / 14
ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜନ ପାକିସ୍ତାନରେ ହିଁ ହେବ। ଏହା କହିଛନ୍ତି ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି)ର ଚେୟାରମ୍ୟାନ ମୋହସିନ ରଜା ନଖଭି। ସେ ଆଇସିସି ସାମ୍ନାରେ ସ୍ପଷ୍ଟ କରି ଦେଇଛନ୍ତି ଯେ, ଚାମ୍ପିଅନ୍ସ ଟ୍ରଫି ପାଇଁ ହାଇବ୍ରିଡ ମୋଡେଲ୍ ଉପରେ କୌଣସି ବିଚାର କରାଯିବ ନାହିଁ ।
12 / 14
ରତ୍ନଭଣ୍ଡାର ଖୋଲାଗଲା ପରେ ଅସ୍ଥାୟୀ ଜାଗାକୁ ସ୍ଥାନାନ୍ତରିତ ହୋଇ ସାରିଛି ମହାପ୍ରଭୂଙ୍କ ସମସ୍ତ ରତ୍ନ ଅଳଙ୍କାର। ଏବେ ଖୁବ ଶୀଘ୍ର ରତ୍ନଭଣ୍ଡାରର ମରାମତି କାମ ହେବ। ଶନିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପରେ ଏହି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ।
13 / 14
ଆସନ୍ତା ଅକ୍ଟୋବରରେ ବାଂଲାଦେଶରେ ଟି୨୦ ବିଶ୍ୱକପ୍‌ ଅନୁଷ୍ଠିତ ହେବ। ଏଥିଯୋଗୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏହି ଦେଶର ସୁରକ୍ଷା ପରିସ୍ଥିତି ଉପରେ ନଜର ରଖିଛି ।
14/ 14
NEET ୟୁଜି ପ୍ରଶ୍ନ ପତ୍ର ଲିକ୍ ମାମଲାରେ ସିବିଆଇର ବଡ଼ ଆକ୍ସନ, ମାଷ୍ଟରମାଇଣ୍ଡ ସମେତ ୨ MBBS ଛାତ୍ର ଗିରଫ ।

No comments

Theme images by molotovcoketail. Powered by Blogger.