Message here

News 30.07.2024

News 30.07.2024

ଭାରତୀୟ ପୁରୁଷ ହକି ଦଳ ପ୍ୟାରିସ ଅଲିମ୍ପିକ୍ସରେ ଆର୍ଜେଣ୍ଟିନା ବିପକ୍ଷ ନିଜର ଦ୍ଵିତୀୟ ମ୍ୟାଚ୍‌ ୧-୧ରେ ଡ୍ର ଖେଳିଛି। ଭାରତୀୟ ଦଳ ଶେଷ ମିନିଟ୍‌ରେ ହିଁ ଖେଳର ମୋଡ଼ ବଦଳାଇ ଦେଇଛି। ଦଳ ପୁରା ୫୮ ମିନିଟ୍ ପର୍ଯ୍ୟନ୍ତ ମ୍ୟାଚ୍‌ରେ ୧-୦ରେ ପଛୁଆ ରହିଥିଲା।ତେବେ ଶେଷ ମିନିଟ୍‌ରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା। ହରମନପ୍ରୀତ ସିଂ ଶେଷ ମିନିଟ୍‌ରେ ଗୋଲ୍ ଦେଇ ଦଳକୁ ନିଶ୍ଚିତ ପରାଜୟରୁ ବଞ୍ଚାଇ ଦେଇଛନ୍ତି।
ପୋଲାଭରମ ପ୍ରକଳ୍ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା । କହିଲେ, ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ମୁଖ୍ୟ ଶାସନ ସଚିବ ଏହି ଆଲୋଚନାରେ ଉପସ୍ଥିତ ଥିଲେ। । ଆଗାମୀ ଦିନରେ ଆଉଥରେ ମୁଖ୍ୟମନ୍ତ୍ରୀ ସ୍ତରୀୟ ଓ ଅଧିକାରୀ ସ୍ତରୀୟ ବୈଠକ ହେବ।
ପୁଣି ଅଶାନ୍ତ ମଧ୍ୟପ୍ରାଚ୍ୟ। ହିଜବୁଲ୍ଲାକୁ ନେତାନ୍ୟାହୁଙ୍କ ଚରମ ଚେତାବନୀ। ଲେବାନନ ଉପରେ ଘନଉଛି ବିପଦ। ନିଜ ନାଗରିକଙ୍କୁ ସତର୍କ କରାଇଲା ଭାରତ।
ଦକ୍ଷିଣ ଚୀନ୍ ସାଗରରେ ଅସ୍ଥିରତା କାର୍ଯ୍ୟକଳାପ ବନ୍ଦ କରିବାକୁ ଚୀନ୍‌କୁ ଚେତାବନୀ ଦେଲା ଆମେରିକା |ଏକକ ବର୍ଗରେ ସୁମିତ ନାଗଲଙ୍କ ପରେ ରୋହନ ବୋପନ୍ନା-ଏନ ଶ୍ରୀରାମ ବାଲାଜୀଙ୍କ ପୁରୁଷ ଯୋଡ଼ି ପ୍ରଥମ ରାଉଣ୍ଡରୁ ବିଦା ହେବା ସହ ଭାରତର ପ୍ୟାରିସ ଅଲିମ୍ପିକ୍ସରେ ଟେନିସ ପ୍ରତିଯୋଗିତାରେ ଅଭିଯାନ ସମାପ୍ତ ହୋଇଛି।
ଭାରତରେ ଡାଟା ଚୋରିର ହାରାହାରି ମୂଲ୍ୟ ୨.୧୮ ମିଲିୟନ ଡଲାର: RBI ରିପୋର୍ଟ ।
ଖୁବଶୀଘ୍ର ଭିସ୍ତାରା ଏୟାର ଲାଇନ ଏୟାର ଇଣ୍ଡିଆ ସହ ବିଲୟ ହେବାକୁ ଯାଉଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏହି ମିଶ୍ରଣ ହେବା ନେଇ ଲକ୍ଷ୍ୟ ରଖାଯାଇଥିବାବେଳେ ଏଥିପାଇଁ ପ୍ରକ୍ରିୟା ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ଶିମିଳିପାଳରେ ହେବ କଳାବାଘ ସଫାରୀ: ମିଳିଲା ‘ସେଣ୍ଟ୍ରାଲ ଜୁ ଅଥରିଟି’ର ଅନୁମତି ।
ଭାରତରେ ଖେଳାଯିବ ଏସିଆ କପ୍ ୨୦୨୫, ୩୪ ବର୍ଷ ପରେ ମିଳିଲା ଟୁର୍ଣ୍ଣାମେଣ୍ଟ ଆୟୋଜନର ଦାୟିତ୍ୱ ।
ଉତ୍ତର ପ୍ରଦେଶରେ ଧର୍ମ ପରିବର୍ତ୍ତନ ଏବଂ ଲଭ ଜିହାଦ ଉପରେ ଯୋଗୀ ସରକାରଙ୍କ କଡ଼ା ଆଭିମୁଖ୍ୟ, ବିଧାନସଭାରେ ବିଲ୍‌ ଉପସ୍ଥାପିତ ।
ଅବକାରୀ ଯୁଗ୍ମ କମିସନର ରାମ ଚନ୍ଦ୍ର ମିଶ୍ରଙ୍କ ସଂପତ୍ତି ଦେଖି ଭିଜିଲାନ୍ସ ତାଜୁବ, ଭୁବନେଶ୍ଵରରେ ଖାଲି ୫୨ ପ୍ଲଟ୍ ।
ରାଜ୍ୟରେ ହଜାରେ ଟପିଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା।
ଚିଲିକା ପରେ ଭିତରକନିକା ନଦୀରେ ମିଳିବ କ୍ରୁଜର ମଜା । ଅଗଷ୍ଟ ପହିଲାରୁ ଜାତୀୟ ଉଦ୍ୟାନରେ ରହଣି ପାଇଁ ଆରମ୍ଭ ହେବ ହାଉସ୍ ବୋଟ୍ ।
ବିହାର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା: ୬୫% ସଂରକ୍ଷଣ ନିଷ୍ପତି ଉପରେ ରୋକ।
ଓଡ଼ିଶା ସୀମା ଡେଇଁଲେ ଆଳୁ ଦାମ ଅଧା: ସୀମା ଆରପଟେ କିଲୋ ପିଛା ଦର ୨୦ରୁ ୩୦ଟଙ୍କା, ସୀମା ଏପଟେ ଓଡିଶାରେ ଦର ୪୦ରୁ ୬୦ ଟଙ୍କା।
ଲଗାତାର ପୋଲ ଭୁଶୁଡ଼ିବା ମାମଲା, ନୀତୀଶ ସରକାରଙ୍କୁ ଜବାବ୍ ତଲବ କଲେ ସୁପ୍ରିମକୋର୍ଟ।

No comments

Theme images by molotovcoketail. Powered by Blogger.