Message here

News 31.07.2024

News 31.07.2024

କିଟ୍ ବିଶ୍ବବିଦ୍ୟାଳୟକୁ ଆଉ ଏକ ଅନ୍ତର୍ଜାତୀୟ ସମ୍ମାନ, ମିଳିଲା ଜାତିସଂଘର ସ୍ବତନ୍ତ୍ର ମାନ୍ୟତା।
ଅଗ୍ନିଶମ DIG ପଣ୍ଡିତ ରାଜେଶ ନିଲମ୍ବିତ, ପଦମର୍ଯ୍ୟାଦାର ଅପବ୍ୟବହାର ଅଭିଯୋଗ।
୫୬ତମ ଅନ୍ତର୍ଜାତୀୟ ରସାୟନ ବିଜ୍ଞାନ ଅଲିମ୍ପିଆଡ, ଭାରତକୁ ଗୋଟିଏ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ଗୋଟିଏ କାଂସ୍ୟ।
ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନ ପାଇଁ ପ୍ରସ୍ତାବ ନାହିଁ – କେନ୍ଦ୍ର ସରକାର।
କେରଳ ୱାଏନାଡ ଭୂସ୍ଖଳନ, ମୃତ୍ୟୁ ସଂଖ୍ୟା ୧୨୩କୁ ବୃଦ୍ଧି।ଦୁଇ ଓଡିଆ ଡାକ୍ତର ନିଖୋଜ।
ପ୍ୟାରିସ୍ ଅଲିମ୍ପିକରେ ଭାରତୀୟ ହକି ଆୟର୍ଲାଣ୍ଡକୁ ୨-୦ ଗୋଲରେ ହରାଇଲା ।
ପ୍ୟାରିସ୍ ଅଲିମ୍ପିକ୍ସରେ ମନୁ ଭାକର-ସରବଜୋତ ସିଂହଙ୍କ ଯୋଡ଼ି ଆଣିଛନ୍ତି ଆଉ ଏକ ପଦକ।
ମାଟି କାମୁଡିଲା ଶ୍ରୀଲଙ୍କା, ସୁପର ଓଭରରେ ଜିତିଲା ଭାରତ; ସିରିଜ୍ ୩-୦ରେ କ୍ଲିନ ସୁଇପ।
ଦଙ୍ଗା ଚାଲିଛି, ପ୍ରତିବାର ସ୍ୱରରେ କମ୍ପୁଛି ପୂରା ଭେନଜୁଏଲା । ରାସ୍ତାରେ ଶହ ଶହ ସମର୍ଥକ ।ଏହି ସମର୍ଥକ ହେଲେ ଦୁଇ ଦଳ । ସୋମବାର ଭେନଜୁଏଲ ରାଷ୍ଟ୍ରପତି ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ସ୍ଥିତି କିଛି ଏଭଳି ରହିଛି । ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିରୋଧୀ ପ୍ରାର୍ଥୀ ଏଡମୁଣ୍ଡୋ ଗୋଞ୍ଜାଲେଜଙ୍କ ସମର୍ଥକ ପରସ୍ପର ମୁହାଁମୁହିଁ ହୋଇଛନ୍ତି ।

No comments

Theme images by molotovcoketail. Powered by Blogger.