Message here

Odia News 04.09.2024

Odia News 04.09.2024

ବିଧାନସଭାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ରଖିଛନ୍ତି ଲିଖିତ ଉତ୍ତର..ଜବରଦଖଲକାରୀ ମାଡି ବସିଛନ୍ତି ରାଜଧାନୀର ମୂଲ୍ୟବାନ୍‌ ଜମି ।
ଦନ୍ତେୱାଡା-ବିଜାପୁର ସୀମା ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ପରେ ୯ ମାଓବାଦୀ ନିହତ ।
ଡେଙ୍ଗୁକୁ ମହାମାରୀ ଘୋଷଣା କଲେ କର୍ଣ୍ଣାଟକ ସରକାର, ରାଜ୍ୟରେ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ମହାମାରୀ ଘୋଷଣା କଲା ସ୍ଵାସ୍ଥ୍ୟ ବିଭାଗ।
ଡେବ୍ରିଗଡ ଅଭୟାରଣ୍ୟରେ ହାତୀ ‘ଖରସେଲ’ର ମୃତ୍ୟୁ..୬୫ ବର୍ଷ ବୟସରେ ବାର୍ଦ୍ଧକ୍ୟଜନିତ କାରଣରୁ ହାତୀର ମୃତ୍ୟୁ ।
୧୭ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜନତା ମଇଦାନରେ ବାଣ୍ଟିବେ ସୁଭଦ୍ରା ଟଙ୍କା।
ଓଟିଡିସିର ପ୍ରତିଷ୍ଠା ଦିବସରେ ଆଜି ସନ୍ଧ୍ୟାରେ ଶାନ୍ତିସ୍ତୁପ ଧଉଳିରେ ପୁଣି ଚାଲିବ ଆଲୋକ ଓ ଶଦ୍ଦ ଶୋ ।
ରାଜ୍ୟରେ ଚାରି ହଜାର ମୁହାଁ ଡେଙ୍ଗୁ ରୋଗୀ ।
ତାଳଚେର ଖଣି ଉପନିର୍ଦେଶକ ଧରଣୀଧର ନାୟକ ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ ବିଭାଗ।
ରାଜ୍ୟରେ ବାର୍ଡ ଫ୍ଲୁ, ସ୍ଥିତି ପରଖିବାକୁ ଆସୁଛନ୍ତି କେନ୍ଦ୍ରୀୟ ଟିମ୍‌।
ପଶ୍ଚିମବଙ୍ଗ ବିଧାନସଭାରେ ବଳତ୍କାର ନିରୋଧ ବିଧେୟକ " ଅପରାଜିତା " ଗୃହୀତ ।
ବୃନେଇ(Brunei) ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି ।
ୟୁକ୍ରେନ ଉପରେ ରୁଷର କ୍ଷେପଣାସ୍ତ୍ର ମାଡ , ୪୭ ମୃତ ।
୧୮୫ ଧନୀଙ୍କ ନିକଟରେ ଜିଡିପିର ୩୩% ସମ୍ପତ୍ତି ।

No comments

Theme images by molotovcoketail. Powered by Blogger.