Message here

Odia News 06.09.2024

Odia News 06.09.2024

୫-ଟି ସ୍କୁଲ ବିରୋଧରେ ଗର୍ଜିଲେ ମୁଖ୍ୟମନ୍ତ୍ରୀ । କହିଲେ, ପିଲାଙ୍କୁ ଆସୁନି ମିଶାଣ ଫେଡାଣ । ପ୍ରତି ପଞ୍ଚାୟତରେ ଖୋଲିବ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ।
ଗୁରୁ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର, ୩ ସପ୍ତାହ ଭିତରେ ୧୬୦୧୦ ଜଣ କନିଷ୍ଠ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି।
ଏସସି, ଏସଟି ଛାତ୍ରଛାତ୍ରୀଙ୍କୁ ମିଳିବ ସହିଦ ମାଧୋ ସିଂ ହାତ ଖର୍ଚ୍ଚ, ଉପକୃତ ହେବେ ୩ ଲକ୍ଷ ପିଲା।ଛାତ୍ରଛାତ୍ରୀଙ୍କୁ ବାର୍ଷିକ ମିଳିବ ୫ହଜାର ଟଙ୍କାର ଆର୍ଥିକ ସହାୟତା
ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କଲେ ଓଡ଼ିଶାର ଦୁଇ ଯଶସ୍ବୀ ଶିକ୍ଷକ:ସନ୍ତୋଷ କୁମାର କର ଓ ଦ୍ବିତୀଚନ୍ଦ୍ର ସାହୁ।
ନୂଆଖାଇ ଅବସରରେ ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ।।
ସୃଷ୍ଟି ହେଲା ଲଘୁଚାପ, ଗଣେଶ ପୂଜାରେ ବର୍ଷା ସମ୍ଭାବନା।
ସରକାରଙ୍କ ସ୍କାନରରେ ଦୁର୍ନୀତିଗ୍ରସ୍ତ ଅଧିକାରୀ । ୨୦୪ ବାବୁଙ୍କ ଉପରେ ବାଜିବ ମୋହନ ଛାଟ ।
ପଶ୍ଚିମ ଓଡ଼ିଶାରୁ ଭାସିଆସୁଛି ମାଟିର ମହକ ; ମହିଳା କଲେଣି ନୂଆଁଖାଇ ପ୍ରସ୍ତୁତି, ନୂଆ ଧାନ, ନୂଆ ବସ୍ତ୍ର କିଣିବାକୁ ବଜାରରେ ଭିଡ଼ ।
ବାର୍ଡ ଫ୍ଲୁର କାରଣ କୁକୁଡ଼ା ନହୋଇ ଅନ୍ୟ କୌଣସି ଉତ୍ସ ବୋଲି ଆଶଙ୍କା କରୁଛି କେନ୍ଦ୍ରୀୟ ଟିମ୍।
୧୦ ବର୍ଷ ଭିତରେ ଆଧାର ଅପଡେଟ କରିନାହାନ୍ତି ତେବେ ଏହାକୁ ଅପଡେଟ କରିବା ଜରୁରୀ। ଏଥିପାଇଁ ପରିଚୟ ପ୍ରମାଣ ଓ ଠିକଣାର ଦସ୍ତାବିଜ ଦାଖଲ କରିବାକୁ ପଡ଼ିବ ।
ସଡ଼କ ଦୁର୍ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା, କେବଳ ୨୦୨୩ରେ ଗଡ଼ିଛି ୫୬୯୬ ମୁଣ୍ଡ।
ସୁଦୃଢ଼ ହେବ ଭାରତ-ସିଙ୍ଗାପୁର ଅର୍ଥନୈତିକ ସମ୍ପର୍କ, ୪ଟି ବୁଝାମଣାପତ୍ର ସ୍ୱାକ୍ଷରିତ।
ସାମ୍ପ୍ରତିକ ବିଶ୍ୱ ପରିସ୍ଥିତି ଉଦବେଗଜନକ – ସେନାକୁ ପ୍ରସ୍ତୁତ ରହିବାକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ପରାମର୍ଶ।

No comments

Theme images by molotovcoketail. Powered by Blogger.