Message here

Odia News 08.08.2024

Odia News 08.08.2024

ରେସଲିଂରୁ ସନ୍ନ୍ଯାସ ନେଲେ ଭିନେଶ ଫୋଗଟ। ନିଶ୍ଚିତ ପଦକରୁ ବଂଚିତ ହେବା ପରେ ଏହା ଘୋଷଣା କରିଛନ୍ତି ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ।
ଭାରତୀୟ ଟେବୁଲ ଟେନିସ ଦଳର ପ୍ୟାରିସ୍‌ ଅଲିମ୍ପିକ୍ସ ଅଭିଯାନ ‌ଶେଷ ହୋଇଛି। ବୁଧବାର କ୍ବାର୍ଟରଫାଇନାଲ୍‌ରେ ମନିକା ବାତ୍ରା, ଶ୍ରୀଜା ଅକୁଲା ଓ ଅର୍ଚ୍ଚନା କାମଥଙ୍କୁ ନେଇ ଗଠିତ ଭାରତୀୟ ଦଳ ୧-୩ରେ ଜର୍ମାନୀଠୁ ହାରିଯାଇଛି।
ସରକାରୀ କର୍ମଚାରୀଙ୍କ ଉପରୁ ହଟିଲା 5T ଚାର୍ଟର । 5T ଚାର୍ଟର ସହ ହଟିଲା ମୋ ସରକାର । ସରକାରୀ କର୍ମଚାରୀଙ୍କ ପାଇଁ ହଟିଲା 5T ଚାର୍ଟର । କ, ଖ, ଗ ବର୍ଗର କର୍ମଚାରୀଙ୍କ ଉପରୁ 5T ହଟିଥିବା ନେଇ ବଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ ସବୁ ବିଭାଗ ସଚିବକୁ ଚିଠି ଲେଖିଲା ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ।
ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ଓଡିଶାର ଗୋଟିଏ ଆସନ ପାଇଁ ପଡିବ ଭୋଟ ।
ଅଗଷ୍ଟ ୧୨ ତାରିଖ ସୋମବାର ଦିନ ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ।
ଶିମିଳିପାଳ ସୁରକ୍ଷାରେ ଏଆଇ: ପ୍ରତି ୧୦ କିମି ବ୍ୟବଧାନରେ ବସିବ ଏଆଇ ଟାୱାର ।
ନିଟ୍ ପିଜି ୨୦୨୪ ପରୀକ୍ଷାର ସମ୍ଭାବ୍ୟ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ନେଇ କିଛି ଗଣମାଧ୍ୟମ ରିପୋର୍ଟ ଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯାଉଛି। ଏଭଳି ଖବର ମିଥ୍ୟା ଓ ବିଭ୍ରାନ୍ତିକର ବୋଲି ଜଣାପଡିଛି। ନ୍ୟାସନାଲ ବୋର୍ଡ ଅଫ୍ ଏକ୍ଜାମିନେସନ୍ ଇନ୍ ମେଡିକାଲ ସାଇନ୍ସେସ୍ ସୂଚନା ଅନୁଯାୟୀ, କିଛି ଅସାଧୁ ଏଜେଣ୍ଟ ଏହି ମିଥ୍ୟା ଖବର ପ୍ରଚାର କରୁଛନ୍ତି।
ରାଜଧାନୀରେ ଚାଞ୍ଚଲ୍ୟ। ଗାଡ଼ି ପାର୍କିଂକୁ ନେଇ ଭୁବନେଶ୍ଵରରେ ଡବଲ ମର୍ଡର। ବୁଧବାର ବିଳମ୍ବିତ ରାତ୍ରିରେ ହାଇଟେକ୍ ଆପାର୍ଟମେନ୍ଟ ନିକଟ କଲ୍ୟାଣୀ ପ୍ଲାଜାରେ ଏହି ହତ୍ୟାକାଣ୍ଡ ଘଟିଛି। ଛୁରି ଭୁସି ହତ୍ୟା କରାଯାଇଥିବା ଜଣା ଯାଇଛି।

No comments

Theme images by molotovcoketail. Powered by Blogger.