Message here

Odia News 09.08.2024

Odia News 09.08.2024

ଜାଭଲିନରେ ନୀରଜ ଚୋପ୍ରାଙ୍କୁ ରୌପ୍ୟ ପଦକ, ପାକିସ୍ତାନର ନଦୀମ ଛଡାଇ ନେଲେ ଗୋଲ୍ଡ ।
ଭାରତୀୟ ହକି ଦଳ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ କାଂସ୍ୟ ପଦକ ଜିତି ଇତିହାସ ରଚିଛି। କାଂସ୍ୟ ପଦକ ମୁକାବିଲାରେ ଭାରତୀୟ ଦଳ ୨-୧ରେ ସ୍ପେନକୁ ମାତ୍ ଦେଇଛି। ହକିରେ ଭାରତର ଏହା ହେଉଛି ଚତୁର୍ଥ କାଂସ୍ୟ ପଦକ।
ଅମିତ ରୋହିଦାସଙ୍କ ପାଇଁ ସ୍ୱତନ୍ତ୍ର ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅମିତଙ୍କୁ ମିଳିବ ୪ କୋଟି ଟଙ୍କା । ଏହାସହ ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଓ ସପୋର୍ଟ ଷ୍ଟାଫଙ୍କୁ ମିଳିବ ୧୦ ଲକ୍ଷ ଲେଖାଏଁ ଆର୍ଥିକ ପୁରସ୍କାର ।
ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଘୋଷଣା, ହକି ଟିମର ପଞ୍ଜାବ ଖେଳାଳିମାନଙ୍କୁ ମିଳିବ ୧ କୋଟି ଟଙ୍କା ଲେଖାଏଁ ପୁରସ୍କାର ।
ରିଜର୍ଭ ବ୍ୟାଙ୍କ ମନିଟାରୀ ପଲିସି କମିଟି (ଏମପିସି) ବୈଠକ ଶେଷରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ଏଥିରେ ସେ ବ୍ୟାଙ୍କ ଚେକ୍ କ୍ଲିୟରାନ୍ସ ଲାଗି ଆଉ ୨ଦିନ ସମୟ ଲାଗିବନି ବୋଲି କହିଛନ୍ତି। ଏଣିକି ଚେକ୍ ମାତ୍ର କିଛି ଘଣ୍ଟାରେ କ୍ଲିୟର ହୋଇଯିବ ବୋଲି ଦାସ ଘୋଷଣା କରିଛନ୍ତି।
ଆଉ ଖୋଲିବନି ନୂଆ ମଦ ଦୋକାନ । ଚୋରା ମଦ ବିକ୍ରି ଉପରେ ଲାଗିବ ରୋକ୍ । ନୂଆ ମଦ ଦୋକାନ ସୃଷ୍ଟି ହେବ ନାହିଁ, ଚୋରା ମଦ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଆମେ ଚେଷ୍ଟା କରୁଛୁ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ପରଲୋରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ । ୮୦ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ସକାଳ ୮ଟା ୨୦ ମିନିଟ୍‌ରେ ତାଙ୍କ ପରଲୋକ ହୋଇଛି ।
ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ । ଖାସ୍‌ କରି ତଟବର୍ତ୍ତୀ ଅଞ୍ଚଳର ପୋଲିସ ଷ୍ଟେସନ୍‌କୁ ହାଇଆଲର୍ଟରେ ରଖାଯାଇଛି । ପୋଲିସ ଡିଜି ଅରୁଣ ଷଡଙ୍ଗୀ ଏହି ସୂଚନା ଦେଇଛନ୍ତି । ।
ସଂସଦରେ ଆସିବ ୱାକଫ ବିଲ୍ । ୱାକଫ ଆକ୍ଟ ୧୯୯୫ରେ ସଂଶୋଧନ କରିବା ପାଇଁ ୱାକଫ (ସଂଶୋଧନ) ବିଲ୍ ୨୦୨୪ ଲୋକସଭାରେ ଆଗତ ହୋଇଛି । ସଂସଦୀୟ ବ୍ୟାପାର ଏବଂ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଏହି ବିଲ୍ ଆଗତ କରିଛନ୍ତି ।
ବଢୁଛି ମହାନଦୀ ଜଳସ୍ତର : ମୁଣ୍ଡଳୀ ଦେଇ ୫୮୨୮୬୫ ଓ ନରାଜ ଦେଇ ୨୮୯୨୮୦ ଘନଫୁଟ ଜଳ ପ୍ରବାହିତ ।
ବଢ଼ିଲା ୟୁପିଆଇ ଟ୍ରାଞ୍ଜାକ୍ସନ ଲିମିଟି: ୧ ଲକ୍ଷରୁ ହେଲା ୫ ଲକ୍ଷ ।
ରାଜ୍ୟରେ ଅଧିକ ଖଣିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ଓ ଖଣି କ୍ଷେତ୍ରରେ ଜନଜାତିମାନଙ୍କୁ ଅଧିକ ନିଯୁକ୍ତି ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ।
ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ‘‘ହର ଘର ତିରଙ୍ଗା’’ ଅଭିଯାନର ତୃତୀୟ ସଂସ୍କରଣ ଆଜିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ ବୋଲି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଆଜି ଘୋଷଣା କରିଛନ୍ତି।
ନାଫେଡ ମାଧ୍ୟମରେ ଉତ୍ତରପ୍ରଦେଶରୁ ଆସିବ ଆଳୁ, ଖାଉଟିଙ୍କୁ ମିଳିବ କିଲୋଗ୍ରାମ ପ୍ରତି ୩୦ ଟଙ୍କାରେ।
ରାଜ୍ୟରେ ଜୁନ୍‌‌ ୧ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ୬୧୪.୮ ପ୍ରତିଶତ ବର୍ଷା ରେକର୍ଡ଼ କରାଯାଇଥିଲେ ମଧ୍ୟ ସ୍ୱାଭାବିକ୍‌‌ ବର୍ଷା ତୁଳନାରେ ୬ ପ୍ରତିଶତ କମ୍‌‌ ବର୍ଷା ହୋଇଥିବା ସୂଚନା।
କୁବେର ଯନ୍ତ୍ରୀ ପ୍ରଭାସ ପ୍ରଧାନଙ୍କର ମିଳିଲା ଆଉ ୨୦ ପ୍ଲଟ, ଛୁଇଁଲା ୧୦୫।
ଏଣିକି ଏଟିଏମରୁ ମିଳିବ ଚାଉଳ, ରାଜଧାନୀ ଭୁବନେଶ୍ଵରରେ ଖୋଲିଲା ରାଜ୍ୟର ପ୍ରଥମ ଚାଉଳ ଏଟିଏମ।
ମନଇଚ୍ଛା ପାଉଁଶ ଡମ୍ପିଂ ପାଇଁ ବେଦାନ୍ତକୁ ଛାଟ: ଗଣିବ ୭୧ କୋଟି ଟଙ୍କାର ତଣ୍ଡ।
KISSର ଆଉ ଏକ କୀର୍ତ୍ତିମାନ, ଜାତୀୟ ସଙ୍ଗୀତ ଗାନରେ ବିଶ୍ବ ଗିନିଜ୍ ରେକର୍ଡ।
୭୭%ରୁ ଅଧିକ ଗ୍ରାମୀଣ ପରିବାରକୁ ମିଳୁଛି ପାଇପ ଯୋଗେ ଜଳ: କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ।
ଅଗଷ୍ଟ ୧୬ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନ ଅମୃତ ଉଦ୍ୟାନ।
ରେପୋରେଟ୍ ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ, ଲଗାତର ୯ମ ଥର ପାଇଁ ୬.୫%ରେ ଅପରିବର୍ତ୍ତିତ ରହିଲା ରେପୋରେଟ, ମୁଦ୍ରା ନୀତି କମିଟି ବୈଠକରେ ହୋଇଛି ନିଷ୍ପତ୍ତି।
ଅଗଷ୍ଟ ୧୫ରେ ଇସ୍ରୋ ଉତକ୍ଷେପଣ କରିବ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ।
କୁବେର ଯନ୍ତ୍ରୀ ପ୍ରଭାସ ପ୍ରଧାନଙ୍କର ମିଳିଲା ଆଉ ୨୦ ପ୍ଲଟ, ଛୁଇଁଲା ୧୦୫।

No comments

Theme images by molotovcoketail. Powered by Blogger.