Message here

Odia News 16.08.2024

Odia News 16.08.2024

ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଦନ: ଖାଲିଥିବା ଦେଢ ଲକ୍ଷ ପଦବୀ ପୂରଣ ପାଇଁ ପଦେକ୍ଷପ ନେବାକୁ ଦେଲେ ପ୍ରତିଶୃତି​।
ମାସିକଧର୍ମ ପାଇଁ ମହିଳାମାନଙ୍କୁ ଗୋଟିଏ ଦିନ ଛୁଟି ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ।
ରାଜ୍ୟରେ ଆଗାମୀ ୫ରୁ ୭ ଦିନ ଯାଏଁ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ।
ପାରାଦୀପରୁ ୧୦ ସନ୍ଦିଗ୍ଧ ମତ୍ସ୍ୟଜୀବୀ ଅଟକ, ବାଂଲାଦେଶୀ ଅନୁପ୍ରବେଶକାରୀ ସନ୍ଦେହ।
ଲାଲକିଲ୍ଲାରେ ମୋଦିଙ୍କ ବଡ଼ ଘୋଷଣା, ୫ ବର୍ଷରେ ସୃଷ୍ଟି ହେବ ୭୫ ହଜାର ମେଡିକାଲ୍ ସିଟ୍‌।
ରୁଷର ସୁଦଜା ସହର ଉପରେ କବଜା କଲେ ୟୁକ୍ରେନ ସୈନିକ, ରାଷ୍ଟ୍ରପତି ଜେଲେନସ୍କିଙ୍କ ବଡ଼ ଘୋଷଣା।
ମାଲକାନଗିରି: ମାଓବାଦୀଙ୍କ ବର୍ବରତା, ପୋଲିସ ଇନଫର୍ମର ସନ୍ଦେହରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା।
କୋଲକାତା:RG Kar ମେଡିକାଲ କଲେଜରେ ହିଂସାକାଣ୍ଡ, ମେସିନ ଭାଙ୍ଗିଦେଲେ ଲୋକେ।
ବରଗଡ଼ରେ ଡାଏରିଆ ଆତଙ୍କ, ଗୋଟିଏ ପରିବାରର ୨ ମୃତ, ଗାଁରେ ପହଞ୍ଚିଲା ମେଡିକାଲ ଟିମ୍‌।
କଂଗ୍ରେସର ନୂଆ ଷ୍ଟିୟରିଂ କମିଟିରେ ନାହାନ୍ତି ତାରା, ନରସିଂହ, ନିରଞ୍ଜନ, ପ୍ରସାଦଙ୍କ ଭଳି ଅଭିଜ୍ଞ।
ବାଲେଶ୍ବର ପଣାପଣା ସମବାୟ ସମିତିରେ ବଡ଼ ଘୋଟାଲା; ୪୦୦୦ ଜମାକାରୀଙ୍କ କୋଟି କୋଟି ଟଙ୍କା ହଡ଼ପ।

No comments

Theme images by molotovcoketail. Powered by Blogger.