Message here

Odia News 21.08.2024

Odia News 21.08.2024

ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ: ଆରମ୍ଭରୁ ବିଧାନସଭା ସଭା ଅଚଳାବସ୍ଥା, ଛାତ୍ର ସଂସଦ ନିର୍ବାଚନ ଓ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାର କାର୍ଯ୍ୟାନୁଷ୍ଠାନ ଦାବି।
ଦ୍ବାଦଶ ଶ୍ରେଣୀ ବଦଳିଲା ପ୍ରଶ୍ନପତ୍ର ଢ଼ାଞ୍ଚା, ଏଣିକି ୮୦:୨୦ ଅନୁପାତରେ ଦେବାକୁ ପଡ଼ିବ ବାର୍ଷିକ ପରୀକ୍ଷା।
ଆଜି ଓଡିଶା ଆସିବେ ପ୍ୟାରିସ ଅଲିମ୍ପିକସ୍ ହକି ବ୍ରୋଞ୍ଜ ବିଜେତା ଦଳ, ଭବ୍ୟ ସ୍ଵାଗତ ପାଇଁ କଳିଙ୍ଗ ଷ୍ଟାଡିୟମରେ ଜୋରଦାର ପ୍ରସ୍ତୁତି।
ଶେଖ ହସିନାଙ୍କୁ ଆଣି ଫାଶୀ ଦିଅ, ବାଂଲାଦେଶ ସଡ଼କରେ ବିକ୍ଷୋଭକାରୀଙ୍କ ଦାବି।
ଯୁଦ୍ଧବିରାମ ଆଲୋଚନା ଭିତରେ ଇସ୍ରାଏଲ ବନ୍ଧକଙ୍କ ମୃତଦେହ ଠାବ; ଗାଜାରୁ ଆସିଲା ଭୀଷଣ ଯୁଦ୍ଧର ଆଭାସ।
କୋଲକାତା ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ଭତ୍ସନା କଲେ ସୁପ୍ରିମକୋର୍ଟ । ଗଠନ ହେବ ଟାସ୍କ ଫୋର୍ସ, ମେଡିକାଲ କଲେଜ ଜଗିବ CISF ।
ଟି୨୦ରେ ବିଶ୍ବ ରେକର୍ଡ, ଗୋଟିଏ ଓଭରରେ ୩୯ରନ।ସାମୋଆ ବ୍ୟାଟ୍‌ସମ୍ୟାନ ଡାରିୟସ ଭିସେର କଲେ ଏହି ରେକର୍ଡ।
ଡିସେମ୍ବରରେ ହେବ ମିଶନ ‘ଗଗନଯାନ’ର ପ୍ରଥମ ଫ୍ଲାଇଟ ଟେଷ୍ଟ୍‌:ଇସ୍ରୋ ମୁଖ୍ୟ
ସୁନ୍ଦରଗଡ:ଡିଏମଏଫ ପାଣ୍ଠି ଖର୍ଚ୍ଚର ହେବ ଖୋଳତାଡ: ଖୋଲିବ କୋଟି କୋଟି ଟଙ୍କା ଦୁର୍ନୀତିର ପେଡି।
ରାଜ୍ୟରେ ଅଛନ୍ତି ୨୭ ମହାବଳ ଓ ୨୦୯୮ ହାତୀ, ବିଧାନସଭାରେ ତଥ୍ୟ ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।
ଚିନ୍ତା ବଢ଼ାଉଛି ଭାଇରାଲ ଜ୍ୱର: ହସ୍ପିଟାଲରେ ରୋଗୀଙ୍କ ଭିଡ଼।
ମମତା ମହନ୍ତ ହେଲେ ବିଜେପିର ରାଜ୍ୟସଭା ପ୍ରାର୍ଥୀ । ମମତାଙ୍କ ନାଁରେ ମୋହର ମାରିଲା ବିଜେପି ।
ସଚିବ ସ୍ତରୀୟ ବୈଠକ: ଯୋଜନା ଅନୁଯାୟୀ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରି ଖର୍ଚ୍ଚ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ।

No comments

Theme images by molotovcoketail. Powered by Blogger.