Message here

Odia News 27.08.2024

Odia News 27.08.2024

ଆସିଲା ‘ସୁଭଦ୍ରା’ ଯୋଜନା ଗାଇଡଲାଇନ୍, ବୟସ ସୀମା ୨୧ ବର୍ଷରୁ ଅଧିକ ଓ ୬୦ ବର୍ଷରୁ କମ୍ , ଆଧାରକାର୍ଡ଼ ଜନ୍ମ ତାରିଖକୁ ବୟସ ଗଣନା ପାଇଁ ଗ୍ରହଣ ହେବ।
ରାଜ୍ୟରେ ଶୀତଳ ଭଣ୍ଡାର ଖୋଲିବା ନେଇ ବୈଠକ: ଜଳବାୟୁ ଅନୁକୂଳ ଓ ସୌରଶକ୍ତି ଚାଳିତ ଶୀତଳ ଭଣ୍ଡାର ପ୍ରତିଷ୍ଠା ଉପରେ ଗୁରୁତ୍ୱ।
ମୁକୁନ୍ଦପ୍ରସାଦରେ ପୋଲିସ ଛାଉଣୀ, ମୌଜାରେ ୧୬୩ ବିଏନଏସ ବଳବତ୍ତର।
ବାର୍ଡ ଫ୍ଲୁ ପାଇଁ ଜାରି ହେଲା ଆଡଭାଇଜାରି, ଚିକେନ ନ ଖାଇବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ।
ବାର୍ଡ ଫ୍ଲୁ ଆତଙ୍କ, ଓଡ଼ିଶାରୁ କୁକୁଡ଼ା ଆମଦାନୀ ବନ୍ଦ କଲା ପଶ୍ଚିମବଙ୍ଗ।
ଭୁବନେଶ୍ୱର:ସବୁଠି କୃଷ୍ଣ ମୟ , ଉତ୍ସାହର ସହ ପାଳିତ ହେଲା ଜନ୍ମାଷ୍ଟମୀ।
ମାଲକାନଗିରି:ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୨୫ ମାଓବାଦୀ, ମୁଣ୍ଡ ଉପରେ ଥିଲା ୩୭ ଲକ୍ଷ ଟଙ୍କାର ପୁରସ୍କାର।
ମେକ୍ ଇନ୍ ଓଡ଼ିଶା -୫୯୨ ପ୍ରସ୍ତାବକୁ ମିଳିଛି ଅନୁମୋଦନ।
ଓଡ଼ିଶାରେ ଅକ୍ଷୟ ଶକ୍ତିର ଉତ୍ପାଦନ ନେଇ ବୈଠକ: ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ଆଲୋଚନା କଲେ ଆଦାନୀ ଗ୍ରୀନ୍‌ ଏନର୍ଜି ଗ୍ରୁପ୍‌ର ପ୍ରତିନିଧି।
ଭୁବନେଶ୍ୱର ବିମାନ ବନ୍ଦରରୁ ୫୦ କେଜି ସୁନା, ୨ କ୍ୱିଣ୍ଟାଲ ରୁପା ଜବତ, ୪ ଜଣ ଅଟକ।
ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ED ନିର୍ଦ୍ଦେଶକ ରାହୁଲ ନବୀନ।
ଗୁଜୁରାଟରେ ମୂସଳଧାରାରେ ବର୍ଷା, ବହୁ ଜିଲ୍ଲାରେ ବନ୍ୟା, ଜଳବନ୍ଦୀ ସହର ବାସିନ୍ଦା
ଋଷିଆରେ ଆମେରିକା ୯/୧୧ ଭଳି ଆକ୍ରମଣ, ବହୁତଳ ଅଟ୍ଟାଳିକା ସହ ଧକ୍କା ଲାଗିଲା ୟୁକ୍ରେନ ଡ୍ରୋନ।
ଇସଲାମବାଦ: ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ,୬୦ ମୃତ।
ଭୁବନେଶ୍ୱର:୭୨୦୦ ଭାଗବତ ଟୁଙ୍ଗିକୁ ଦିଆଯାଇଥିବା ୩୭ କୋଟି ଟଙ୍କାର ହିସାବ ନାହିଁ।
ଖୋଲିବ ସ୍ଵାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାଣ୍ଡର ପୁରୁଣା ଫାଇଲ୍, ଶ୍ରାଦ୍ଧ ଦିବସରେ ଆଇନ ମନ୍ତ୍ରୀଙ୍କ ବଡ଼ ଘୋଷଣା।

No comments

Theme images by molotovcoketail. Powered by Blogger.